ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଦୁଃଖିତ ହୋଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଏମିତି କଥା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ମୃତ୍ୟୁରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ମୁମ୍ବାଇରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ 34 ବର୍ଷ ବୟସ ହୋଇଥିଲା। ସୁଶାନ୍ତ ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଥିଲେ।

ତାଙ୍କର ଅକାଳ ବିୟୋଗରେ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି: ସୁଶାନ୍ତ ସିଂ ରାଜପୁତ … ଜଣେ ଉଜ୍ଜ୍ୱଳ ଯୁବ ଅଭିନେତା ଖୁବ୍ ଶୀଘ୍ର ଚାଲିଗଲେ। ସେ ଟିଭି ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ମନୋରଞ୍ଜନ ଜଗତରେ ଅନେକ ଲୋକଙ୍କୁ ପ୍ରେରଣା ଦେଇଥିଲେ ଏବଂ ସେ ଅନେକ ସ୍ମରଣୀୟ ରୋଲ୍ ଛାଡି ଦେଇଗଲେ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା, ଓମ ଶାନ୍ତି।

ଖବର ଅନୁଯାୟୀ, ଘଟଣା ସମୟରେ ସୁଶାନ୍ତଙ୍କ କିଛି ବନ୍ଧୁ ମଧ୍ୟ ତାଙ୍କ ଘରେ ଥିଲେ। ଯେତେବେଳେ ତାଙ୍କ ଘରର କବାଟ ଭଙ୍ଗାଗଲା, ସେତେବେଳେ ସୁଶାନ୍ତଙ୍କୁ ଘରେ ଫ୍ୟାନରେ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୋଲିସର ରିପୋର୍ଟ ଅନୁଯାୟୀ, ସେ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ। ସେ ଜଣେ ଟିଭି ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *