ନା ବନ୍ଧୁକ ନା ବମ, ଏମିତି ଭାବରେ ଭାରତ-ଚାଇନା ବୋର୍ଡର ରେ ଚାଲିଗଲା 20 ଭାରତୀୟ ସେନାଙ୍କ ଜୀବନ…

ନୂଆଦିଲ୍ଲୀ: ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ଚୀନ୍‌ର ଆକ୍ରମଣରେ ଭାରତର 20 ଜଣ ସୈନିକ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ଖବର ରହିଛି ଯେ ଏହି ଅସ୍ତ୍ରହୀନ ଆକ୍ରମଣରେ ଭାରତୀୟ ସୈନିକମାନେ ଚୀନ୍ ଆକ୍ରମଣକାରୀଙ୍କୁ ଏକ ଶିକ୍ଷା ଦେଇ 43 ଜଣ ଚୀନ୍ ସୈନିକଙ୍କୁ ବିନା ଗୁଳି ଚଳେଇ ଦରମରା କରିଥିଲେ ।

ପୂର୍ବ ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ଅତି କମରେ 20 ଜଣ ଭାରତୀୟ ସୈନିକ ନିହତ ହୋଇଥିଲେ । ସରକାରୀ ସୂତ୍ରରୁ ସୂଚନା ଦେଇ ANI ଏହି ସୂଚନା ଦେଇଛି । ଏହି ସଂଖ୍ୟା ବଢିପାରେ ବୋଲି ସୂତ୍ରରୁ ପ୍ରକାଶ । ଚୀନ୍ ର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ତାଙ୍କର 43 ଜଣ ସୈନିକ ଆହତ ହୋଇଛନ୍ତି। ଏଥିମଧ୍ୟରୁ କିଛି ମୃତ୍ୟୁ ଘଟିଥିବା ବେଳେ କେତେକ ଗୁରୁତର ଆହତ ହୋଇଛନ୍ତି ।

ଲଦାଖ ସେକ୍ଟରରେ ଚୀନ୍ ଏବଂ ଭାରତୀୟ ସେନା ମଧ୍ୟରେ ବିବାଦ କାରଣରୁ ହିମାଚଳ ପ୍ରଦେଶ ସହିତ ଚୀନ୍ ସୀମାରେ ଥିବା ଅଞ୍ଚଳରେ ଏକ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ହିମାଚଳ ପୋଲିସ ରାଜ୍ୟର ସମସ୍ତ ଗୁପ୍ତଚର ସଂସ୍ଥାକୁ ସତର୍କ କରାଇଛି ।

ଏହା ବ୍ୟତୀତ ଗାଲଭାନ ଉପତ୍ୟକାରେ ଚାଇନାର ହେଲିକପ୍ଟରର କାର୍ଯ୍ୟକଳାପ ତୀବ୍ର ହୋଇଛି ବୋଲି ସୂଚନା ମିଳିଛି । ଅନୁମାନ କରାଯାଉଛି ଯେ ମୃତ ଓ ଆହତ ଚୀନ୍ ସୈନିକଙ୍କ ମୃତଦେହକୁ ହେଲିକପ୍ଟର ଯୋଗେ ନିଆଯାଉଛି ।

Leave a Reply

Your email address will not be published. Required fields are marked *