ଏହି ୨୬ଟି ଦେଶ ହେଲା କରୋନା ମୁକ୍ତ, ସମ୍ପୂର୍ଣ ରୂପେ ଭଲ ହୋଇଗଲେ ସବୁ କରୋନା ଆକ୍ରାନ୍ତ …

ଦିନ କୁ ଦିନ ସାରା ବିଶ୍ୱରେ କରୋନା ଭୁତାଣୁ ବଢୁଥିବା ବେଳେ କିଛି ଦେଶ କରୋନା ସହ ଲଢେଇ କରି ବିଜୟ ହାସଲ କରିଛନ୍ତି । ଏହି ଦେଶ ମାନଙ୍କରେ କିଛି ଦିନ ହେଲାଣି ଜଣେ ବି କରୋନା ଆକ୍ରାନ୍ତ ବାହାରୁ ନାହାନ୍ତି । ନିକଟରେ ସୂଚନା ମିଳିଲା ଯେ ନ୍ୟୁଜିଲାଣ୍ଡ ସମ୍ପୂର୍ଣ ରୂପରେ କରୋନା ମୁକ୍ତ ଦେଶ ପାଲଟିଗଲା ।

ସୂଚନା ଯୋଗ୍ୟ ଯେ ୨୬ଟି ଦେଶ ଏବେ କରୋନାମୁକ୍ତ ହୋଇଛନ୍ତି । ଏହି ଦେଶଗୁଡିକ ହେଲେ ନ୍ୟୁଜିଲାଣ୍ଡ୍‌, ଆଇଲ ଅଫ୍‌ ମ୍ୟାନ୍‌, ମୋଣ୍ଟେନିଗ୍ରୋ, ଫେରୋ ଆଇଲାଣ୍ଡ୍‌, ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ, ଅରୁବା, ଫ୍ରେଞ୍ଚ୍‌ ପଲିନେସିଆ, ମାକାଓ, ଏରିତ୍ରୀ, ତିମୋର-ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ୍‌, ଫିଜି, ସେଣ୍ଟ୍‌ କିଟ୍‌ସ ଆଣ୍ଡ୍‌ ନେବିସ୍‌, ଫାଲ୍କଲାଣ୍ଡ୍‌ ଆଇଲାଣ୍ଡ୍‌ସ, ଗ୍ରୀନ୍‌ଲାଣ୍ଡ୍‌, ଟର୍କସ ଆଣ୍ଡ୍‌ କାଇକୋଜ୍‌ ଆଇଲାଣ୍ଡ୍‌ସ, ଭାଟିକାନ୍‌ ସିଟି, ମାଣ୍ଟ୍‌ସେରାଟ୍‌, ସେସୋଲ୍ସ, ବ୍ରିଟିଶ ଭର୍ଜିନ୍‌ ଆଇଲାଣ୍ଡ୍‌ସ, ପପୁଆ ନ୍ୟୁ ଗିନି, କାରାବିଆନ୍‌ ନେଦର୍‌ଲାଣ୍ଡ୍‌ସ, ସେଣ୍ଟ୍‌ ବାର୍ଥ, ଆଂଗ୍ୱିଲା ଏବଂ ସେଣ୍ଟ୍‌ ପିୟରେ ମିକ୍ୱେଲୋନ୍‌।

ଭାରତରେ କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୯ ହଜାର ୯୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତମାନ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଛି । ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୧ ଲକ୍ଷ ୩୩ ହଜାର ୬୩୨ ଜଣଙ୍କ ଚିକିତ୍ସା ଚାଲିଛି । ଏପଟେ ଗତ ୨୪ ଘଣ୍ଟାରେ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୭ ହଜାର ୭୪୫ କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *