ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଥିଲେ ମଧ୍ୟ ଓଡିଶା ଫେରିବାକୁ ଚାହୁଁଛନ୍ତି, ମାତ୍ର …

ବର୍ତମାନ ଓଡ଼ିଶା ଫେରିବେ ଓଡ଼ିଆ ସିନେ ଜଗତର ମହାନ ଅଭିନେତା ବିଜୟ ମହାନ୍ତି । କିଛି ଦିନ ତଳେ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଛି। ସେ ସିଧା ଘରକୁ ନଯାଇ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲୁ ରହିବ ।

ବିଜେପି ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ସୂଚନା ଅନୁସାରେ, ସେ ପ୍ରଥମେ ସୂଚନା ପାଇଥିଲେ ଯେ ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଁଛନ୍ତି । ମାତ୍ର ଏଥିରେ ସମସ୍ୟା ହେବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଫେରିବା ବାଟ ଖୋଲିଚି ।

ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ବିଜୟ ସାର୍‌ଙ୍କ ଓଡ଼ିଶା ଫେରିବା ମୋଟାମୋଟି ସ୍ଥିର ହୋଇସାରିଛି। ଏ ସମ୍ପର୍କରେ ସେ ଆସନ୍ତାକାଲି ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଠାରେ ବିଜୟ ସାର୍‌ ନିଜ ଲୋକମାନଙ୍କୁ ଦେଖିବାକୁ ପାଇବେ। ଏହା ହିଁ ତାଙ୍କର ଇଚ୍ଛା।

Leave a Reply

Your email address will not be published. Required fields are marked *